ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲାରେ NIAର ବଡ଼ ସଫଳତା, ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ବେଙ୍ଗାଲୁରୁର ରାମେଶ୍ୱରମ କ୍ୟାଫେରେ ହୋଇଥିବା ବିସ୍ଫୋରଣ ମାମଲାରେ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବଡ଼ ସଫଳତା ମିଳିଛି । ଏନଆଇଏ ତିନି ରାଜ୍ୟର ଅନେକ ସ୍ଥାନରେ ବଡ଼ ଧରଣର ଚଢଉ ପରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିଛି । ଏନଆଇଏ ଟିମ୍ ଦ୍ୱାରା କର୍ଣ୍ଣାଟକର ୧୨, ତାମିଲନାଡ଼ୁର ୫ ଏବଂ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନ ସହିତ ମୋଟ ୧୮ଟି ସ୍ଥାନରେ ଚଢଉ କରାଯାଇଥିଲା । ଏହାପରେ ମୁଜମ୍ମିଲ ଶରିଫକୁ ଷଡଯନ୍ତ୍ରକାରୀ ରୂପେ ହେପାଜତକୁ ନିଆଯାଇଛି ।

ରାମେଶ୍ୱରମ କ୍ୟାଫେରେ ବିସ୍ଫୋରଣ ପରେ ମାର୍ଚ୍ଚ ତିନିରେ ଏନଆଇଏ ଏହି ମାମଲାକୁ ନିଜ ହାତରୁ ନେଇଥିଲା । ଏହାପରେ ମୁଖ୍ୟ ଅଭିଯୋଗ ମୁସାବିର ଶାଜିବ ହୁସେନକୁ ଚିହ୍ନଟ କରାଯାଇଥିଲା । ଯିଏ ବିସ୍ଫୋରଣକୁ ଘଟାଇଥିଲେ । ଏହାସହ ଏଜେନ୍ସି ଅନ୍ୟ ଜଣେ ଷଡଯନ୍ତ୍ରକାରୀ ଅବଦୁଲ ମଥିନ ତାହାକୁ ଚିହ୍ନଟ କରିଥିଲା, ଯିଏ ଅନ୍ୟ ମାମଲାରେ ଏଜେନ୍ସି ଦ୍ୱାରା ୱାଣ୍ଟେଡ୍ ଥିଲା । ଦୁହେଁ ଫେରାର୍ ଅଛନ୍ତି ।

ଏନଆଇଏର ତଦନ୍ତରୁ ଜଣାପଡ଼ିଛି ଯେ ମୁଜମ୍ମିଲ ଶରିଫ ମାର୍ଚ୍ଚ 1ରେ ବେଙ୍ଗାଲୁରୁର ଆଇଟିପିଏଲ ରୋଡ, ବ୍ରୁକଫିଲ୍ଡ ସ୍ଥିତ କ୍ୟାଫେରେ ଆଇଇଡି ବିସ୍ଫୋରଣ ସହ ଜଡ଼ିତ ମାମଲାରେ ଉପକରଣ ଯୋଗାଇଥିଲା । ବିସ୍ଫୋରଣରେ ଅନେକ ଗ୍ରାହକ ଏବଂ ହୋଟେଲ ଷ୍ଟାଫ୍ ଆହତ ହୋଇଥିଲେ । ଏଥିରୁ କିଛି ଜଣ ଗୁରୁତର ରୂପେ ଆହତ ହୋଇଥିଲେ । ଏହି ତିନି ଅଭିଯୁକ୍ତଙ୍କ ଘର ସହ ଅନ୍ୟ ସନ୍ଦିଗ୍ଧଙ୍କ ଘର ଏବଂ ଦୋକାନରେ ଚଢଉ କରାଯାଇଛି । ଚଢଉ ସମୟରେ ନଗଦ ରାଶି ସହ ବିଭିନ୍ନ ଡିଜିଟାଲ ଉପକରଣ ମଧ୍ୟରେ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.